କେନ୍ଦ୍ରମନ୍ତ୍ରୀ ଙ୍କ ପୁଅ ଗାଡି ଚଢ଼ାଇ ଦେବାରୁ ଚାରିଜଣ କୃଷକଙ୍କ ମୃତ୍ୟ ପରେ ଉତ୍ତେଜନା ।ସୋମବାର ସକାଳ ସୁଦ୍ଧା ନଅ ଜଣଙ୍କ ମୃତ୍ୟୁ କେନ୍ଦ୍ରମନ୍ତ୍ରୀ ଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମରେ ହତ୍ୟା ମାମଲା ରଜ୍ଜୁ ।

0 807

ଆନ୍ଦୋଳନରତ କୃଷକ ମାନଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇ ଦେବାରୁ ଚାରିଜଣ କୃଷକଙ୍କ ମୃତ୍ୟୁ ହେବାପରେ ଏବେ ସ୍ଥିତି ବିସ୍ପୋରକ ହୋଇଯାଇଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାରୁ ଲଖିମପୁର ଖେରି ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ସୋମବାର ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା ନଅ କୁ ବୃଦ୍ଧି ପାଇଛି । ଦୋଷୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି

। କେନ୍ଦ୍ରମନ୍ତ୍ରୀ ଙ୍କ ପୁଅ ଆଶିଷ ମିଶ୍ରଙ୍କ ନାମରେ ତିକୁନିଆ ଥାନାରେ ହତ୍ୟା ମାମଲା ଦାୟର ହୋଇଛି । ଅନ୍ୟପକ୍ଷରେ ମୃତକ ଏବଂ ଆହତ ପରିବାରଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଙ୍କୁ ଅଟକାଇ ଦିଆଯାଇଛି । ଉତ୍ତରପ୍ରଦେଶ ଯିବାକୁ ପଞ୍ଜାଵ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଚିଛି । ସ୍ଥିତି ଉତ୍ତେଜନା ପୂର୍ଣ ଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ରବିବାର ଦିନ ଗାଡ଼ିରେ ଯାଉଥିବା ବେଳେ ଲଖିମପୁର ଖେରି ରେ କୃଷକ ଆନ୍ଦୋଳନ ଚାଲିଥିଲା । ତାଙ୍କ ଗାଡ଼ି କୃଷକ ମାନେ ଅଟକାଇବାରୁ ତାଙ୍କ ଗାଡି କୃଷକ ମାନଙ୍କ ଉପରେ ଚଢ଼ାଇ ଦେବାରୁ ଚାରିଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଉକ୍ତ ଅଞ୍ଚଳ ରେ ଉତ୍ତେଜନା ଦେଖାଦେଇ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା । ସୋମବାର ସକାଳ ସୁଦ୍ଧା ମୃତ୍ୟୁ ସଂଖ୍ୟା ନଅ କୁ ବୃଦ୍ଧି ପାଇଛି । ତିକୁନିଆ ଥାନାରେ କେନ୍ଦ୍ରମନ୍ତ୍ରୀ ଙ୍କ ପୁଅ ଙ୍କ ନାମରେ ହତ୍ୟା ମାମଲା ଦାୟର ହୋଇଛି ଏବଂ ପୋଲୁସ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.