ନୋଏଡା ସେକ୍ଟର ୯୩ ରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ଟ୍ବିନ ଟାୱାରକୁ ଆଜି ଅପରାହ୍ନ ରେ ଭଙ୍ଗାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି।
ପୁରା ବିଲ୍ଡିଂ ରେ ବିସ୍ଫୋରକ ଲଗାଇ ଦିଆଯାଇଛି। ମାତ୍ର ୯ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଵ ଏହି ବହୁତଳ ପ୍ରସାଦ।
ପାଖରେ ଥିବା ଲୋକମାନଙ୍କ ଘର ଖାଲି କରିଦିଆଯାଇଛି। ଆଜି ସକାଳୁ ଉକ୍ତ ଅଞ୍ଚଳ କୁ କର୍ଡନ କରାଯିବା ସହ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ନିଷେଧ କରାଯାଇଥିବା ଅଞ୍ଚଳ କୁ କେହି ପ୍ରବେଶ ନକରିବାକୁ ପୋଲିସ ପକ୍ଷରୁ ମାଇକ ଯୋଗେ ବାରମ୍ବାର କୁହାଯାଉଛି।
ଦୁଇଟି ଟାୱାର ମଧ୍ୟରୁ ଗୋଟିଏ ୩୨ ମହଲା ହୋଇଥିବାବେଳେ ଅନ୍ୟଟି ୨୯ ମହଲା। ପ୍ରଥମେ ଛୋଟ ବିଲ୍ଡିଂ ଟି ଭଂଗାଯିବ ଏହା ଅଧା ଭାଙ୍ଗିଲା ପରେ ବଡ଼ ଟାୱାର ଭଂଗାଯିବା ନେଇ ସୂଚନା ମିଳିଛି।
ପ୍ରାୟ ୩୭୦୦ କିଲୋଗ୍ରାମର ପିଇଟିଏନ୍ ବିସ୍ଫୋରକ ଏଥିପାଇଁ ବ୍ୟବହାର ହେଉଛି। ଏହାର ପ୍ରଭାବ ପରିବେଶ ଉପରେ ମଧ୍ୟ ପଡିପାରେ। ଧୂଳି କୁ ରୋକିବା ପାଇଁ ପାଣି ଟ୍ୟାଙ୍କର ବ୍ୟବସ୍ଥା ମଧ୍ୟ କରାଯାଇଛି। ଧୂଳି କୁ ବାୟୁ ମଣ୍ଡଳ ରୁ ଅପସାରଣ କରିବା ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି।