ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ହାଇସ୍କୁଲ ର ଛାତ୍ରଛାତ୍ରୀଙ୍କ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ।।

0 614

ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକରେ ଥିବା କୁମଝରିଆ ଅପ ଗ୍ରେଡଡ଼ ହାଇ ସ୍କୁଲ ର ଛାତ୍ରଛାତ୍ରୀ ମାନେ ଶନିବାର ଦିନ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଶୁକ୍ରବାର ଦିନ ଲାଞ୍ଚ ନେବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ସଞ୍ଜୟ ସାମଲ ନିର୍ଦୋଷ ଏବଂ ତାଙ୍କୁ ଫସାଇ ଦିଆଯାଇଛି ସ୍ଲୋଗାନ ଆଦି ଦେଇ ଆଜି ଛାତ୍ରଛାତ୍ରୀ ମାନେ ରାଜପଥ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ପିଲା ମାନଙ୍କୁ ବୁଝାସୁଝା କରୁଛନ୍ତି। ତାଙ୍କ ସାର ନିର୍ଦୋଷ ଦର୍ଶାଇ ତାଙ୍କୁ ଛାଡି ଦେବାକୁ ଛାତ୍ରଛାତ୍ରୀ ମାନେ ନିବେଦନ କରିଛନ୍ତି। ଅନ୍ୟ ପକ୍ଷରେ ଜଣେ ଛାତ୍ରୀଙ୍କ ସାର୍ଟିଫିକେଟ ଦେବା ଲାଗି ଅଭିଭାବକ ଙ୍କ ଠାରୁ ୧୨ ହଜାର ଲାଞ୍ଚ ନେବା ବେଳେ ଶ୍ରୀ ସାମଲ ଗତକାଲି ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହଜାତ କୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.