କଂଗ୍ରେସ ର ପରବର୍ତ୍ତୀ ଅଧ୍ୟକ୍ଷ କିଏ! ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ।। ଅଧ୍ୟକ୍ଷ ପଦଲାଗି ନିର୍ବାଚନ ତାରିଖ ଘୋଷଣା ହୋଇପାରେ।
କିଏ ହେବ କଂଗ୍ରେସ ର ପରବର୍ତ୍ତୀ ଅଧ୍ୟକ୍ଷ । କାହା ନେତୃତ୍ୱରେ ଦଳ ଲଢ଼ିବ ୨୦୨୪ ନିର୍ବାଚନ। ଏବେ
ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ସଭାପତି ଭବେ କାର୍ଯ୍ୟ ତୁଲାଉଛନ୍ତି।
ତେବେ ଦଳର ନୂତନ ସଭାପତି ନିର୍ବାଚନ ତାରିଖ ଆଜି ଧାର୍ଯ୍ୟ ହୋଇପରେ । ଏଥି ଲାଗି ଆଜି ଡକାଯାଇଛି କଂଗ୍ରେସ ର କାର୍ଯ୍ୟକାରି କମିଟି ବୈଠକ। ଆଜି ସିଡବ୍ଲୁସି ଦଳର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି
ଜଣେ ପରେ ଜଣେ ଦଳର ବାରିଷ୍ଟ ନେତା କଂଗ୍ରେସ ଛାଡୁ ଥିବାରୁ ଦଳ ଲାଗି ନୂଆ ଚ୍ୟାଲେଞ୍ଜ ଆସିଛି। ଖୁବଶୀଘ୍ର ନୂଆ ସଭାପତି ପଦ ପାଇଁ ହୋଇପାରେ ନିର୍ବାଚନ।
ନିକଟରେ ଗୁଲାମ ନବୀ ଆଜାଦ କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି।
କପିଲ ଶିବଲ ଏବଂ ଅଶ୍ୱନୀ କୁମାରଙ୍କ ସମେତ ଅନେକ ହାଇ ପ୍ରୋଫାଇଲ ନେତାଙ୍କ ଇସ୍ତଫା ଦଳ ଛାଡିବା କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।
ତେବେ ଗାନ୍ଧୀ ପରିବାର ବାହାରୁ କିଏ ଦଳର ନେତୃତ୍ୱ ନେବ , ନା ନେତୃତ୍ୱ ଗାନ୍ଧୀ ପରିବାର ହାତରେ ରହିବ ଏହାକୁ ନେଇ ସସପେନ୍ସ ଜାରି ରହିଛି ।