୩୨ ଟି ଚୋରି ହୋଇଥିବା ସାଇକେଲ ଉଦ୍ଧାର କଲେ ରାଜଗାଙ୍ଗପୁର ପୋଲିସ।। ରାଉରକେଲାରୁ ସାଇକେଲ ଚୋର ଗିରଫ ।

0 419

ଗୋଟିଏ ନୁହେଁ କି ଦୁଇଟା ନୁହେଁ। ରାଜଗାଙ୍ଗପୁର ପୋଲିସ ଏକକାଳୀନ ୩୨ ଟି ଚୋରି ହୋଇଥିବା ସାଇକେଲ କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ସାଇକେଲ ଗୁଡିକ ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ଚୋରି ହୋଇଥିଲା। ସବୁଠାରୁ ବଡ଼କଥା ହେଲା ଏହି ସାଇକେଲ ଚୋରିରେ କୌଣସି ରାକେଟ ସମ୍ପୃକ୍ତ ନଥିଲେ। ରାଉରକେଲା ମାଲଗୋଦାମ ଅଞ୍ଚଳର ଜଣେ ଲୋକ ଏହି ଚୋରି କରି ଆସୁଥିଲା। ଗତ ୨୫ ତାରିଖ ଦିନ ହେଇଥିବା ଏକ ସାଇକଲ ଚୋରି ର ରିପୋର୍ଟ ଉପରେ ଯାଞ୍ଚ କରୁଥିବା ବେଳେ ରାଜଗାଙ୍ଗପୁର ପୋଲିସ ଗିରଫ ହୋଇଥିବା ଚୋର ବାବଦରେ ସୂଚନା ପାଇଥିଲେ। ଉଦ୍ଧାର ହୋଇଥିବା ଚୋରା ସାଇକେଲ ତାଙ୍କ ମାଲିକ ମାନଙ୍କୁ ଫେରାଯିବା ବୋଲି ରାଜଗାଙ୍ଗପୁର ଏସ ଡି ପି ଓ ଶଶାଙ୍କ କୁମାର ବେଉରା କହିଛନ୍ତି। ଆଜି ପାଞ୍ଚ ଜଣ ମାଲିକଙ୍କୁ ତାଙ୍କ ସାଇକେଲ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.