ଲହୁଣୀପଡା ବ୍ଲକ ଗମଲେଇ ହାଟର ଅବସ୍ଥା ଶୋଚନୀୟ।। ପରିମଳ ବ୍ୟବସ୍ଥା ସୁଧାରିବାକୁ ସାଧାରଣରେ ଦାବି।

0 262

ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ବ୍ଲକ ର ଗମଲେଇ ସପ୍ତାହିକ ହାଟ। ଏହି ହାଟ ରେ ପନି ପରିବାରୁ ନେଇ ବଳଦ, ଗାଈ, ଛେଳି, କୁକୁଡା ପର୍ଯ୍ୟନ୍ତ ବିକ୍ରି ହୁଏ। କେନ୍ଦୁଝର, ବଡ଼ବିଲ, ରାଉରକେଲା ପ୍ରଭୃତି ସ୍ଥାନରୁ ରୁ ବେପାରୀ ମାନେ ଆସି ଏଠାରେ କିଣା ବିକା କରନ୍ତି। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ହାଟକୁ ଆସିଥାନ୍ତି। ବିଶେଷ କରି, ଛେଳି, କୁକୁଡ଼ା, ବଳଦ ଏଠି ମିଳୁ ଥିବା ରୁ ଏହି ହାଟ ର ବେଶ ଚାହିଦା ରହିଛି । କିନ୍ତୁ ହାଟର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ସ୍ପଞ୍ଜ ଆଇରନ କାରଖାନା ର ବର୍ଜ୍ୟବସ୍ତୁ ହାଟରେ ପକାଇବା ଫଳରେ ବର୍ଷା ହେଲେ ହାଟ ଅବସ୍ଥା ଶୋଚନୀୟ ହୋଇପଡୁଛି। ଏହି ହାଟ ବାର୍ଷିକ ୨୨ ଲକ୍ଷରେ ନିଲାମ ହୋଇଥାଏ । ହାଟର ଅବସ୍ଥା ଅପରିଷ୍କାର ଏବଂ କାଦୁଅ ରେ ଭରି ଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଶୀଘ୍ର ଏହି ହାଟର ଅବ୍ୟବସ୍ଥା ସୁଧାରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.