ରାଜ୍ୟରେ ଏବେ ଅଟୋମେଟିକ ଟେଲର ମେସିନ ରୁ ଲୁଟ କରିବା ଘଟଣାରେ ବୃଦ୍ଧି ଘଟୁଛି। କେଉଁଠି ଦୃବୃତ୍ତ ମାନେ ଏ ଟି ଏମ୍ କୁ ଉଠାଇ ନେଉଛନ୍ତି ତ ଆଉ କେଉଁଠି ଏଟିଏମ ତାଡି ଟଙ୍କା ନେଇ ଯାଉଛନ୍ତି। ଗତକାଲି ରାତି ୩ ଘଟିକା ସମୟରେ ଭଦ୍ରକ ଜିଲ୍ଲା ଧାମନଗର ବଜାର ସ୍ଥିତ, ଶ୍ରାବଣୀ ହୋଟେଲ ନିକଟରେ ଥିବା, ଷ୍ଟେଟ ବ୍ୟାଙ୍କ ଏଟିଏମ କୁ କିଛି ଦୁର୍ବୁତ୍ତ ଗ୍ୟାସ୍ କଟର ରେ କାଟି ଟଙ୍କା ଚୋରୀ କରିବାକୁ ଉଦ୍ୟମ କରୁ ଥିଲେ। ଏହି ସମୟରେ ପୋଲିସ ପେଟ୍ରୋଲିଂ ଗାଡି ପହଞ୍ଚି ଯିବାରୁ ଲୁଟ ଯୋଜନା ଫେଲ ହୋଇଯାଇଥିଲା। ପୋଲିସ କୁ ଦେଖି ଦୁର୍ବୁତ୍ତ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଦୀର୍ଘ ବାଟ ପର୍ଯ୍ୟନ୍ତ ପୋଲିସ ସେମାନଙ୍କ ପିଛା କରିଥିଲେ ହେଁ ଧରିବାରେ ସଫଳ ହୋଇନଥିଲେ। ଏଟିଏମ ଲୁଟ ଉଦ୍ୟମ ଘଟଣାର ଧାମନଗର ପୋଲିସ ଅଧିକ ତଦନ୍ତ ଜାରି ରଖିଛି।