ସୁନ୍ଦରଗଡ ଜିଲ୍ଲାରେ ଏବେ ଜଳସେଚନ ସୁବିଧା ହେବା ଯୋଗୁଁ ଚାଷୀମାନେ ଉପକୃତ ହେଉଛନ୍ତି। ଧାନ ଚାଷ କରିପାରୁନଥିବା ଚାଷୀମାନେ ଏବେ ପନି ପରିବା ଚାଷ କରି ବେଶ ଦିପଇସା ଉପାର୍ଜନ କରି ପାରୁଛନ୍ତି। ଜଳସେଚନ ସୁବିଧା ହେବା ଫଳରେ ଏବେ ସୁନ୍ଦରଗଡ଼ ଲେଫ୍ରିପଡା ଅଞ୍ଚଳର ଜଣେ ଚାଷୀ ମହେନ୍ଦ୍ର ଶଙ୍କରିଆ କଦଳୀ ଚାଷ କରୁଛନ୍ତି। ଅମଳ ହେଉଥିବା କଦଳୀକୁ ସଂରକ୍ଷିତ କରି ରଖିବା ଲାଗି ସେ ୫ ମେଟ୍ରିକ୍ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ କରୁଛନ୍ତି। ଏଥିପାଇଁ ଓମ୍ବାଡସି ପାଣ୍ଠିରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
‘‘୭ ବର୍ଷ ତଳେ ପଡ଼ିଆ ଜମିରେ ମୁଁ ଆମ୍ବ ଗଛ ଲଗାଇଥିଲି। ଜଳସେଚନର ସୁବିଧା ନଥିବାରୁ ମୁଁ ଆଉ କିଛି ଚାଷ କରିପାରୁ ନଥିଲି। ତେବେ ଡିଏମଏଫ ସହାୟତାରେ ଇଚ୍ଛା ନଦୀରେ ଉଠାଜଳସେଚନ ପ୍ରକଳ୍ପ ହେବା ଯୋଗୁଁ ମୁଁ ବିଭିନ୍ନ ଚାଷକରି ଭଲ ଦି’ ପଇସା ରୋଜଗାର କରିପାରୁଛି।” କହିଛନ୍ତି ମହେନ୍ଦ୍ର ଶଙ୍କରିଆ, ସୁନ୍ଦରଗଡ ଲେଫ୍ରିପଡ଼ା ନିବାସୀ।
ଏବେ ସେ କଦଳୀ ସହ ପୋଟଳ ଏବଂ ଅନ୍ୟ ପରିବା ଚାଷ ମଧ୍ୟ କରୁଛନ୍ତି।