ହାଇ ସ୍କୁଲ ହେଡମାଷ୍ଟର ଭିଜିଲାନ୍ସ ଜାଲରେ। ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରପଡି ଗିରଫ ହୋଇଛନ୍ତି ହେଡମାଷ୍ଟର। ଏହି ଘଟଣା ଘଟିଛି ରାଉରକେଲା ନିକଟ କୁଆରମୁଣ୍ଡା ବ୍ଲକ ରେ ଥିବା କୁମଝରିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ଉକ୍ତ ହାଇ ସ୍କୁଲ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସାମଲ ଜଣେ ସ୍କୁଲ ଛାତ୍ରୀଙ୍କ ଅଭିଭାବକଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି। ଛାତ୍ରୀଙ୍କ ଅରିଜିନାଲ ସାର୍ଟି ଫିକେଟ , ମର୍କ୍ସସିଟ ଦେବାକୁ ସେ ଏହି ଟଙ୍କା ଦାବି କରିଥିଲେ। ଶୁକ୍ରବାର ଦିନ ଏହି ଟଙ୍କା ଅଭିଯୁକ୍ତ ହେଡ ମାଷ୍ଟର ସଞ୍ଜୟ ସାମଲ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଥିଲେ। ସଞ୍ଜୟ ସାମଲଙ୍କ କାର୍ଯ୍ୟାଳୟ , ଘର ସମେତ ଆଉ କେତେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଗିରଫ ହେଡ ମାଷ୍ଟର ସଞ୍ଜୟଙ୍କୁ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଉଛି।