ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ବୁଦଲଜୋର ଗ୍ରାମରେ ଶୁକ୍ରବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ସୋମା ଓରାମ ନାମକ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ତାଙ୍କର ପଡୋଶୀ ହଉରୀ ଟିଗା ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରିଛି। ଶୁକ୍ରବାର ଅପରାହ୍ନରେ ଉକ୍ତ ମହିଳା ଗ୍ରାମରେ ଯାଉଥିବା ବେଳେ କୌଣସି କାରଣରୁ ସୋମା ଓରାମ ଙ୍କ ସଙ୍ଗେ ବଚସା ହୋଇଥିଲା। ସୋମା ହଠାତ ଏକ ଧାରୁଆ ଅସ୍ତ୍ରରେ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଉକ୍ତ ମହିଳା ହଉରୀ ଙ୍କ ମୃତ୍ୟୁ ହୋଇଥିଲା। ବିଶ୍ରା ଥାନା ଅଧିକାରୀ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଭିଯୁକ୍ତ ସୋମା ଓରାମ କୁ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି।