ଆଞ୍ଚଳିକ ଚାଟାର୍ଡ ଅକାଉଣ୍ଟାଣ୍ଟ ସମ୍ମିଳନୀ ରାଉରକେଲା ରେ ଉଦଘାଟିତ।। ଦୁଇଦିନ ଧରି ସିଭିକ ସେଣ୍ଟରରେ ଚାଲିବ।

0 301

ରାଉରକେଲା ରେ ଆଞ୍ଚଳିକ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି। ରାଉରକେଲା ଶାଖାର ଚେୟାରମ୍ୟାନ ଜଗଦୀଶ ପ୍ରସାଦ ମିତ୍ତଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀ ୧୯ ନମ୍ବର ସେକ୍ଟର ସ୍ଥିତ ସିଭିକ ସେଣ୍ଟର ରେ ଦୁଇଦିନ ଧରି ଚାଲିବ। ସମ୍ମିଳନୀର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସି ଜି ଏମ୍ ଅଭୟ କୁମାର ବେହୁରିଆ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ଯୋଗ ଦେଇଥିଲେ। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଏହି ସମ୍ମିଳନୀରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.