ତିନି ଦିନ ହେଲା ବଣେଇ ଅଞ୍ଚଳରେ ଏକ ଦନ୍ତା ହାତୀ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ଏହି ହାତୀଟିକୁ ବନବିଭାଗ ଏବଂ ଗ୍ରାମବାସୀ ମାନେ ଘଉଡ଼ାଇ ଦେଇଥିବା ବେଳେ ହାତୀଟି ପୁଣି ଫେରି ଆସିଛି। କୁଳିପୋଷ ଫରେଷ୍ଟ ରେଞ୍ଜ ର ଧରଣୀଧରପାଲି ରେ ଏହି ଦନ୍ତା ବ୍ୟାପକ ଫସଲ ନଷ୍ଟ କରୁଥିବା ସୂଚନା ମିଳିଛି। ଗାଁରେ ପଶି ହାତୀ ଟି ଘର ଭାଙ୍ଗୁ ଥିବାରୁ ଗ୍ରାମବାସୀ ମାନେ ନିଆଁ ହୁଳା ଧରି ଜଗି ରହୁଛନ୍ତି। ବନବିଭାଗ ଏବଂ ସ୍ଥାନୀୟ ଲୋକ ରାତି ଅନିଦ୍ରା ରହି ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସଫଳ ହେଇନାହାନ୍ତି।