ସୁନ୍ଦରଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ ମହେନ୍ଦ୍ର କୁମାର ସୂତ୍ରଧର ଗୁରୁବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ବଣେଇ କୁ ଶ୍ରୀ ସୂତ୍ରଧର ଏକ କ୍ୟାମ୍ପ କୋର୍ଟ ରେ ଆସିଥିବା ଜଣାପଡିଛି। ବଣେଇ ଥାନାର ଲଲେଇ ବ୍ରିଜ ଉପରେ ସାନ୍ଧ୍ୟ ଭ୍ରମଣ କରୁଥିବା ବେଳେ ଏକ ବାଇକ ଧକ୍କାରେ ସେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ବଣେଇ ଡାକ୍ତରଖାନାକୁ ନିଆଯାଇଥିଲା। ଅଧିକ ଚିକିତ୍ସା ଲାଗି ଏ ଡି ଜେ ଶ୍ରୀ ସୂତ୍ରଧରଙ୍କୁ ରାଉରକେଲା ରେଫର କରାଯାଇଛି। ବଣେଇ ପୋଲିସ ଘଟଣାର ତଦନ୍ତ କରୁଛନ୍ତି।