ରାଉରକେଲା ରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର ର ତଳ ତାଲା ରେ ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ମହଲରେ ଆତଙ୍କ ଖେଳି ଯାଇଥିଲା। ଉପର ତାଲା ରେ କୋଚିଙ୍ଗ ନେଉଥିବା ସମସ୍ତ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିଥିବା ବେଳେ ସମଗ୍ର କୋଠାଟି ଧୂଆଁ ମୟ ହୋଇଯାଇଥିଲା। ସ୍ଥାନୀୟ ଲୋକ , କୋଚିଂ ସେଣ୍ଟର କର୍ତ୍ତୃପକ୍ଷ ଏବଂ ଫାୟାର ଟିମ ର ସମୟୋଚିତ ପଦକ୍ଷେପ ଯୋଗୁଁ ନିଆଁ କୁ ଶୀଘ୍ର ଆୟତ୍ତ କରାଯାଇ ପାରିଥିଲା।
ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା କୋଏଲନଗର ‘ଡି’- ୧୫ ରେ ଚାଲୁଥିବା ଭାନିକ କୋଚିଂ ସେଣ୍ଟରର ତଳ ମହଲାରେ ବୁଧବାର ଅପରାହ୍ନରେ ହଠାତ ନିଆଁ ଲାଗି ଯାଇଥିଲା। ଫଳରେ ସମଗ୍ର କୋଠାଟି ଧୂଆଁ ମୟ ହୋଇଯାଇଥିଲା। ସେହି ସମୟରେ ଉପର ମହଲାରେ ଅନେକ ଛାତ୍ରଛାତ୍ରୀ କୋଚିଂ ନେଉଥିଲେ। ବିଲ୍ଡିଂଗ ରୁ ଧୂଆଁ ବାହାରୁଥିବା ଦେଖି ଭୟରେ ଛାତ୍ରଛାତ୍ରୀ ମାନେ କୋଚିଂ କେନ୍ଦ୍ର ରୁ ବାହାରି ଆସିଥିଲେ। କୋଚିଂ କେନ୍ଦ୍ର କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ଲୋକମାନେ ନିଆଁକୁ ତୁରନ୍ତ ଆୟତ୍ତ କରିବାକୁ ପଦକ୍ଷେପ ନେଇଥିଲେ। ଖବର ପାଇ ଫାୟାର ବ୍ରିଗେଡ଼ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।