ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ମୃତ ଦେହ କ୍ଷେତରୁ ଉଦ୍ଧାର।। ପୋଲିସ ର ତଦନ୍ତ ଜାରି।

0 673

ବଣାଇ ଅଞ୍ଚଳରେ ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀଙ୍କ ମୃତ ଦେହ ଆଜି ଏକ ଚାଷ ଜମିରୁ ଉଦ୍ଧାର ହୋଇଛି। ଏହି ଘଟଣା ବଣାଇ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବଣାଇ ଥାନା ଉପର ବାହାଲ ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୈଳାସ ଚନ୍ଦ୍ର ପାତ୍ର ପ୍ରତିଦିନ ପରି ଆଜି ମଧ୍ୟ ପ୍ରାତଃ ଭ୍ରମଣରେ ବାହାରିଥିଲେ। ମାତ୍ର ବହୁ ସମୟ ଧରି ସେ ଘରକୁ ଫେରି ନଥିଲେ। ଘର ଲୋକ ତାଙ୍କୁ ଖୋଜାଖୋଜି କରି ପାଇନଥିଲେ। କୈଳାଶ ଙ୍କ ମୃତ ଦେହ କ୍ଷେତରେ ପଡି ଥିବାର ଦେଖି କିଛି ଗ୍ରାମବାସୀ ଘର ଲୋକଙ୍କୁ ଖବର ଦେଇଥିଲେ। ବଣେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଘର ନିକଟରୁ ୫ କିଲୋମିଟର ଦୂର ଏକ ଜମିରେ କୈଳାସ ଙ୍କ ମୃତ ଦେହ କିପରି ମିଳିଲା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

Leave A Reply

Your email address will not be published.