ରାଉରକେଲା ପାୱାର ହାଉସ ରୋଡ଼ର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଆଖଣ୍ଡଳମଣି ମନ୍ଦିର ନିକଟରୁ ରିଙ୍ଗ ରୋଡ଼ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏତେ ଖରାପ ହୋଇଛି ଯେ ଚାଲି ଚାଲି ଯିବାରେ ମଧ୍ୟ ଅସୁବିଧା ହେଉଛି। ଯାନ ବାହାନ ଚଳାଚଳରେ ଗାଡି ଚାଳକ ମାନେ ଅସୁବିଧା ର ସାମ୍ନା କରୁଥିବା ବେଳେ ଏପରି ଅବସ୍ଥା ୩ ମାସ ହେଲା ଲାଗି ରହିଛି। ସ୍ବେରେଜ ବୋର୍ଡ ପକ୍ଷରୁ ରାସ୍ତା ଖୋଳି କାମ କରିବା ପରେ ମରାମତି ହୋଇନାହିଁ। ଫଳରେ ଏପ୍ରକାର ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡୁଛି । ବିଭାଗୀୟ ଅଧିକାରୀ ମାନେ ଶୀଘ୍ର ଉଚିତ ପଦକ୍ଷେପ ନେଇ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।