ବାଲୁଘାଟ ଅଞ୍ଚଳ ବାସୀଙ୍କ ଦୁର୍ଦ୍ଦଶା କମିନାହିଁ।। ‘ମୋ ପରିବାର’ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ।

0 306

ରାଉରକେଲା ବାଲୁଘାଟ ଅଞ୍ଚଳରେ ବ୍ରାହ୍ମଣୀ ନଦୀ ବନ୍ୟାଜଳ ପଶିବା ଦୁଇଦିନ ବିତି ଗଲାଣି। ତଥାପି ବସ୍ତି ବାସିନ୍ଦାଙ୍କ ଦୁର୍ଦଶା କମିନାହିଁ। ଏବେବି ଅନେକ ଘର ପାଣି ଘେରରେ ଅଛି। ବନ୍ୟା ବିପନ୍ନ ଲୋକ ମାନଙ୍କୁ ଆଣି ସ୍କୁଲ ଘରେ ରଖାଯାଇଛି। ମହାନଗର ନିଗମ ପକ୍ଷରୁ ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ ମଧ୍ୟ ଦିଆଯାଉଛି। ସୋମବାର ଦିନ ରାଜ୍ୟ ‘ମୋ ପରିବାର ‘ ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ରିଲିଫ ପ୍ରଦାନ କରାଯାଇଥିଲା। ସଂସ୍ଥାର ସଦସ୍ୟ ମାନେ ଘରଘର ବୁଲି ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ଥିଲେ। ଅଧିକ ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନ ବନ୍ୟା ବିପନ୍ନ ଙ୍କୁ ସାହାଯ୍ୟ କରିବାକୁ ସରକାରୀ ଏବଂ ବେସରକାରୀ ସ୍ତରରେ ନିବେଦନ କରାଯାଇଛି।

Leave A Reply

Your email address will not be published.