ସୁନ୍ଦରଗଡ ଜିଲ୍ଲା କୁତ୍ରା ନିକଟ ବିଜୁ ଏକ୍ସପ୍ରେସୱେ ରେ ସୋମବାର ବିଳମ୍ବିତ ରାତି ରେ ଏକ ଦୁର୍ଘଟଣାରେ ଦୁଇଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟଜଣେ ଗୁରତର ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠାଇ ଦିଆଯାଇଛି। ମୃତକଙ୍କ ପରିଚୟ ମିଳି ପାରିନଥିବା ବେଳେ ଉଭୟ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ୩ ଜଣ ଯୁବକ ଏକ ବାଇକ ର ଯାଉଥିବା ବେଳେ କୁତ୍ରା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ହରାଇ ବାଇକ ଟି ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ବାଇକ ରେ ଥିବା ୩ ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକ ଏବଂ ପୋଲିସ ଆହତ ମାନଙ୍କୁ କୁତ୍ରା ହସପିଟାଲ ପଠାଇଥିଲେ। ଡାକ୍ତର ସେଠାରେ ଦୁଇଜଣ ଯୁବକଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତ ଯୁବକଙ୍କୁ ଚିକିତ୍ସା ଲାଗି ରାଉରକେଲା ରେଫର କରିଥିଲେ। କୁତ୍ରା ପୋଲିସ ଘଟଣାର ତଦନ୍ତ କରୁଛନ୍ତି