ବଣାଇ ଅଞ୍ଚଳରେ ବନ୍ୟାଜଳ ଜମିଥିବାରୁ ଗମନାଗମନ ରେ ଅସୁବିଧା।। ସ୍କୁଲ ଛାତ୍ରଛାତ୍ରୀ ମାନେ ଅଧା ବାଟ ରୁ ଫେରିଲେ।

0 298

କିଛି ଦିନ ପ୍ରବଳ ବର୍ଷା ଯୋଗୁ ବଣେଇ ଅଞ୍ଚଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା। ଏବେ ବର୍ଷା ଛାଡି ଯାଇଛି। ହେଲେ ବ୍ରାହ୍ମଣୀ ନଦୀ ରେ ବନ୍ୟା ଜଳ ଆସିଯିବାରୁ ବଣାଇ ଅଞ୍ଚଳ ର ବିଭିନ୍ନ ଗ୍ରାମ ପାଣି ଘେରରେ ଅଛି। ଗୁରୁଣ୍ଡିଆ ବ୍ଲକ ର ମଧୁପୁର ନିକଟରେ ବିଭିନ୍ନ ଗାଁକୁ ଯାଉଥିବା ରାସ୍ତା ନିକଟରେ ଥିବା ନାଳରେ ଏବେ ପାଣି ସୁଅ ଛୁଟୁଛି। ସେହିପରି ବଣାଇ ବ୍ଲକର ଜାଙ୍ଗଳା, ଦେଓପୋଷ, ବନେଇ କଲା, ବଡ଼ଗାଁ ଆଦି ଅଞ୍ଚଳରେ ବନ୍ୟା ଜଳ ଆସି ଗମନାଗମନ ବାଧାପ୍ରାପ୍ତ ହୋଇଛି। ଜାଙ୍ଗଳା ନିକଟରେ ଥିବା ରାସ୍ତାରେ ପାଣି ଆସି ଯିବାରୁ ସ୍କୁଲକୁ ଛାତ୍ର ଛାତ୍ରୀ ମାନେ ଯାଇ ପାରି ନାହାନ୍ତି । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା କୁହାଯାଉଛି। ତେବେ ପ୍ରଭାବିତ ଲୋକ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଉଛି ବୋଲି ବଣେଇ ଉପଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.