ବିଦ୍ୟା ଷ୍ଟଡି ପଏଣ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଦକ୍ଷିଣ ରାଉରକେଲା ର ବିଦ୍ୟା ଷ୍ଟଡି ପଏଣ୍ଟ।

0 273

ଦକ୍ଷିଣ ରାଉରକେଲା ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଣ୍ଟ ଏବଂ ସେକ୍ଟର ୨୨ ଏମ୍ପେଲାଇଜ ୱେଲଫେୟାର ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୁଷ୍ପା ପାର୍କ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବେେହେରାଙ୍କ ତତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବନଖଣ୍ଡ ସହକାରୀ ବନ ସଂରକ୍ଷକ ସୌମ୍ୟ ରଂଜନ ଗୋଛାୟତ ଯୋଗ ଦେଇଥିଲେ । ମଣିଷ ଏବଂ ବୃକ୍ଷ ମଧ୍ୟରେ ରହିଥିବା ନିବିଡ଼ତା ସମ୍ପର୍କ ଓ ବନ୍ଧୁତ୍ୱ ଉପରେ ଗରୁତ୍ୱ ଆରୋପ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଉରକେଲା ମହାନଗର ନିଗମର ସହକାରୀ ଆୟୁକ୍ତ ସୁକାନ୍ତ ଚନ୍ଦ୍ର ବେହୁରା,ନରେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଅତିଥି ଭାବେ ଡ଼ାକ୍ତର ଫକୀର ଚରଣ ହୋତା,ଆରଏସପି ଟାଉନ ସର୍ଭିସର ଆସିଷ୍ଟାଣ୍ଡ ମ୍ୟାନେଜର ସମାଇ ସୋରେନ ଓ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ଯୋଗ ଦେଇଥିଲେ । ଅତିଥି ମାନେ ବୃକ୍ଷରୋପଣର ଉପକାରିତା ଓ ତାର ଯତ୍ନ କିପରି ନିଆଯିବ ସେ ବାବଦରେ ଆଲୋକପାତ କରିବା ସହ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଚାରା ରୋପଣ କରି ତାର ଯତ୍ନ କିପରି ନେବେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ପ୍ରକୃତୀପ୍ରେମୀ ପଦ୍ମଲୋଚନ ଡ଼ୋରାଙ୍କୁ ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଗୋଛାୟତ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱେଲଫେୟାର ଟ୍ରଷ୍ଟର ସଭାପତି ଶିବ ଶଙ୍କର ନାୟକ,ଉତ୍କଳମଣୀ ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟର ସମ୍ପାଦକ ଅରୁଣ କୁମାର ପରିଡ଼ା,କବି ରବିନ୍ଦ୍ର ବେହୁରିଆ,ସମାଜସେବୀ ବିଚିତ୍ରା ନନ୍ଦ ଦାଶ,ଖଗେଶ୍ୱର ଦାଶ,ସାମାଜିକ କର୍ମୀ ସଂଜୟ ପଣ୍ଡା,ଶ୍ରୀଚରଣ ସାମଲ,ରାଜେନ୍ଦ୍ର ସୂତାର,ସୁକାନ୍ତ ମହାନ୍ତି,ରାଧେଶ୍ୟାମ ଚିକ,ବିଦ୍ୟାଧର ରାଉତ,ସୁନୀଲ ସାମଲ,ସନ୍ତୋଷ ବେହେରା,ସୁକନାଥ ବିଶୋଇ,ଶିକ୍ଷକ ଆଦିତ୍ୟ ଷଢଙ୍ଗୀ,ବିଜୟ ନାୟକ,ଲୋରେନ ବାଗାଡ଼ିଆ,ଶୁଭଦ୍ରା ନାୟକ,ରଜତ କୁମାର ଦଳାଇ ସମେତ ଜିବିଡ୍ଲୁ ଫାଉଣ୍ଡେସନର ସଦସ୍ୟ ଓ ସେକ୍ଟର ୨୨ଏମ୍ପେଲାଇଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟ ,ଅନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସୁରେନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.