ମନ୍ଦିରା ଡ୍ୟାମର ୧୧ ଟି ଗେଟ ଖୋଲା ଗଲା।। ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି।। ନଦୀକୂଳରେ ଥିବା ଲୋକ ସତର୍କ ରହିବାକୁ ପରାମର୍ଶ।

0 547

ବ୍ରାହ୍ମଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଶନିବାର ଦିନ ମନ୍ଦିରା ଡ୍ୟାମ ର ୪ଟି ଗେଟ ଖୋଲା ଯାଇଥିବା ବେଳେ ଆଜି ସମସ୍ତ ୧୧ ଟି ଗେଟ କୁ ଖୋଲି ଦିଆଯାଇଛି। ମନ୍ଦିରା ଡ୍ୟାମରେ ଏବେ 686 ଫୁଟ ପାଣି ରହିଛି। ଖୋଲା ଯାଇଥିବା ୧୧ ଟି ଗେଟ ରେ ୫ ଫୁଟ ଉଚ୍ଚତା ର ପାଣି ନିଷ୍କାସିତ ହେଉଛି। ଶଙ୍ଖ ନଦୀରେ ଜଳସ୍ତର ବଢିବାରୁ ମନ୍ଦିରା ଡ୍ୟାମର ସମସ୍ତ ଗେଟ ଖୋଲି ଦିଆଯାଇଛି। ଝାରଖଣ୍ଡ ରେ ପ୍ରବଳ ବର୍ଷା ହେଉଥିବାରୁ ଉଭୟ ଶଙ୍ଖ ଏବଂ କୋଏଲ ନଦୀର ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ବ୍ରାହ୍ମଣୀ ନଦୀରେ ଜଳ ପ୍ରବାହ ବହୁ ପରିମାଣରେ ବଢିଯାଇଛି। ବେଦବ୍ୟାସ ମନ୍ଦିର ନିକଟରେ ଥିବା ପାହାଚ ଗୁଡିକ ବୁଡିବା ଆରମ୍ଭ ହେଲାଣି। ଗତକାଲି ରାତିରୁ
ବାଲୁଘାଟ ଅଞ୍ଚଳରେ ବନ୍ୟା ଜଳ ପଶି ପାଣି ଜମି ରହିଛି। ନଦୀ କୂଳରେ ଥିବା ବସ୍ତି ବାସିନ୍ଦା ଏବଂ ଗ୍ରାମବାସୀ ମାନେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.