ବ୍ରାହ୍ମଣୀ ନଦୀର ଜଳସ୍ତର ରେ ବୃଦ୍ଧି।। ନଦୀ କୂଳରେ ଥିବା କେତେକ ବସ୍ତିରେ ପାଣି ପଶିବା ନେଇ ସୂଚନା।

0 433

ଧୀରେ ଧୀରେ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର। ଏହାର ପ୍ରଭାବରେ ନଦୀ କୂଳରେ ଥିବା କେତେକ ବସ୍ତିରେ ଶନିବାର ରାତିରୁ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ରାଉରକେଲା ବାଲୁଘାଟ ନିକଟ ବସ୍ତି , ପାନପୋଷ ବସ୍ତିରେ ୨୦ ରୁ ଉର୍ଦ୍ଧ୍ବ ପରିବାର ପାଣି ଘରରେ ଥିବାର ସୂଚନା ମିଳିଛି। ଝାରଖଣ୍ଡ ରେ ପ୍ରବଳ ବର୍ଷା ହେବା ଫଳରେ ଶଙ୍ଖ ଏବଂ କୋଏଲ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି ଜଳ ବ୍ରାହ୍ମଣୀ ନଦୀରେ ପ୍ରବେଶ କରିବା ପରେ ନଦୀ ର ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ମନ୍ଦିରା ଡ୍ୟାମ ର ୩ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଜଳ ଡ୍ୟାମ ରେ ପ୍ରବେଶ କରିବା ସମ୍ଭାବନା ରହିଛି। ନଦୀ କୂଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.