କୋଇଡା ଏବଂ ଚମ୍ପୁଆ ରେଞ୍ଜ ରେ ହାତୀପଲ୍ଲ ପଶି ବ୍ୟାପକ ଫସଲ ନଷ୍ଟ କଲେ ।ଗ୍ରାମବାସୀ ଭୟଭୀତ ।

0 605

ଗୋଟିଏ ପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଗତ କିଛିଦିନ ହେଲା ହାତୀ ପଲ୍ଲ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ଏବେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ ର ସୁକୁଗୋଡ଼ା ଅଞ୍ଚଳରେ ୨୧ ଟିକିଆ ହାତୀ ଦଳ ପଶି ବ୍ୟାପକ ଫସଲ କ୍ଷତି କରୁଛନ୍ତି । ହାତୀପଲ୍ଲ ଙ୍କୁ ଦେଖି ସ୍ଥାନୀୟ ଲୋକ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

ରବିବାର ଭୋର ୩ ଟା ରୁ ହାତୀପଲ ନିକଟସ୍ଥ ଜଙ୍ଗଲରୁ ବାହାରି ସୁଲୁଗୁଡା ଗାଁ ନିକଟସ୍ଥ ଚାଷ ଜମି ରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଧାନ ପାଚି ଆସୁଥିବା ବେଳେ ହାତୀପଲ ଚାଷ ଜମି ରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିଦେଇଛନ୍ତି । ସ୍ଥାନୀୟ ଲୋକମାନେ ବାରମ୍ବାର ବନ ବିଭାଗ କୁ ଖବର ଦେଇଥିଲେ ମଧ୍ୟ ହାତୀ ଘଉଡାଇବାକୁ କୌଣସି ପଦକ୍ଷେପ ନେଉନଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ରାତିରେ ହାତୀପଲ ଗାଁ ମୁହାଁ ହେବାର ସମ୍ଭାବନା ଥିବା ରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି।

Leave A Reply

Your email address will not be published.