ପିପିଲି ଉପନିର୍ବାଚନ ଭୋଟ ଗଣତି ଟ୍ରେଣ୍ଡ :ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ ଠାରୁ ୨୦୦୦ ଭୋଟ ରେ ଆଗୁଆ ।

0 580

ପିପିଲି ବିଧାନସଭା ଲାଗି ହେଉଥିବା ଉପନିର୍ବାଚନ ର ଭୋଟ ଗଣତି ଆଜି କଡା ସୁରକ୍ଷା ବ୍ୟବସ୍ଥା ଏବଂ କୋଭିଡ ପ୍ରୋଟୋକଲ ମଧ୍ୟରେ ଆରମ୍ଭ ହୋଇଛି । ଏବେ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବିଜୁ ଜନତା ଦଳ ପ୍ରାର୍ଥୀ ରୁଦ୍ର ମହାରଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କ ଠାରୁ ଦୁଇ ହଜାର ଭୋଟ ରେ ଆଗୁଆ ଅଛନ୍ତି ।
ଆଜି ସକାଳ ୮ ଟା ରେ ପୋଷ୍ଟାଲ ଭୋଟ ଗଣତି ହୋଇଥିବା ବେଳେ ୮ ଟା ୩୦ ମିନିଟ ସମୟରେ ଇ ଭି ଏମ ଭୋଟ ଗଣତି ଆରମ୍ଭ ହୋଇଥିଲା । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି ଚାଲିଥିବା ବେଳେ ପୁରୀ ଜିଲ୍ଲାପାଳ ଏବଂ ଏସ ପି ଭୋଟ ଗଣତି କେନ୍ଦ୍ର ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି ।

Leave A Reply

Your email address will not be published.