କୁଚିଣ୍ଡାର ନକଟିପାଲି ନିକଟରେ ଶନିବାର ସନ୍ଧ୍ୟାରେ ପାଣିରେ ଭାସି ଯାଇଥିବା କାର ର ସନ୍ଧାନ ଆଜି ସକାଳେ ମିଳିଛି। କାର ମଧ୍ୟରୁ ଭାସି ଯାଇଥିବା ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି। ମୃତକ ଦୁଇଜଣ ହେଲେ ପ୍ରତାପ ପଟେଲ ଏବଂ ତାପସ ନାଏକ। ଜମନକିରା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ ପଟେଲଙ୍କ ଦଶାହ କାର୍ଡ ବାଣ୍ଟି ଫେରିବା ବେଳେ ଏହି ଅଘଟଣ ଘଟିଥିଲା।
ସୂଚନା ଅନୁଯାୟୀ ଉଭୟ ମୃତକ ଗତକାଲି କାର ରେ ଫେରିବା ବେଳେ ନାକଟିପାଲି ର ଏକ ଅଣ ଓସାରିଆ କଲଭର୍ଟ ଉପରେ ପାଣି ଚାଲୁଥିଲା। ଉଭୟ କାର ଉକ୍ତ ନାଳ ଉପର ଦେଇ ପାର କରୁଥିବା ବେଳେ ଭାସି ଯାଇଥିଲା। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜା ଖୋଜି କଲା ପରେ କାର ର ସନ୍ଧାନ ମିଳି ପାରିନଥିଲା। ଆଜି ସକାଳେ ଅଗ୍ନିଶମ ବାହିନୀ କାର କୁ ଠାବ କରିବା ସହ ମୃତ ଦେହ ଉଦ୍ଧାର କରିଥିଲେ। ଏହି ଦୁଃଖଦ ଘଟଣାରେ କୁଚିଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।