ରାଉରକେଲା ୨ ନମ୍ବର ସେକ୍ଟର ସ୍ଥିତ ଏନ ଆଇ ଟି ରୋଡ଼ର ଲୋଟସ ଛକ ନିକଟରେ ଏକ କାର ଓଲଟି ପଡିବା ଫଳରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ଲାଗି ହସପିଟାଲ ପଠାଇଛନ୍ତି। ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଏହି କାର ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଯାଉଥିବା ବେଳେ କାର ଟି ଓଲଟି ପଡିଥିଲା। ବର୍ଷା ଯୋଗୁ ଗାଡ଼ିଟି ରାସ୍ତାରୁ ଖସି ଡିଭାଇଡ଼ର ରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ମାନେ ଦୌଡ଼ି ଆସି ଆହତ ଙ୍କୁ ଉଦ୍ଧାର କରି ଆଇ ଜି ଏଚ ପଠାଇଥିଲେ। ୩ ନମ୍ବର ସେକ୍ଟର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।