ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଅଗଷ୍ଟ ୨୭ ରେ।। ୨୧ ତାରିଖରେ ହେବାକୁ ଥିବା ଏଏସଓ ପରୀକ୍ଷା ବନ୍ୟା ଯୋଗୁ ଘୁଞ୍ଚିଥିଲା।

0 297

ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଏ ଏସ ଓ ପରୀକ୍ଷା ବନ୍ୟା ଯୋଗୁ ଘୁଞ୍ଚି ଯାଇଥିଲା। ଏବେ ଓଡିଶା ପବ୍ଲିକ ସର୍ଭିସ କମିଶନ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର
(ଏ ଏସ ଓ) ପରୀକ୍ଷା ଅଗଷ୍ଟ ୨୭ ତାରିଖରେ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। 
ଏହି ପରୀକ୍ଷା ୩ଟି ସିଟିଂରେ ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ରହିଛି। ଦ୍ୱିତୀୟ ସିଟିଂ ପରୀକ୍ଷା ସାଢ଼େ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ। ସେହିପରି ତୃତୀୟ ସିଟିଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ତେବେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସମୟ ଟିକେ ଅଧିକ ରଖାଯାଇଛି। ସେମାନେ ପ୍ରତି ସିଟିଂରେ ଅଧ ଘଣ୍ଟାଏ ଲେଖାଏଁ ଅଧିକ ସମୟ ପାଇବେ।
ପ୍ରଥମ ସିଟିଂରେ ସାଧାରଣ ଜ୍ଞାନ ପରୀକ୍ଷା ହେବ। ଦ୍ୱିତୀୟ ସିଟିଂରେ Reasoning ଓ Meantal Ablility ସହିତ ଗଣିତ ପରୀକ୍ଷା କରାଯିବ। ସେହିପରି ତୃତୀୟ ସିଟିଂରେ  ଇଂରାଜୀ ଓ ଓଡ଼ିଆ ପରୀକ୍ଷା ହେବ।
ମୋଟ ୭୬୯ଟି ASO ପଦବୀରେ ନିଯୁକ୍ତି ପାଇଁ ଏହି ପରୀକ୍ଷା କରାଯାଉଛି। ପୂର୍ବରୁ ଅଗଷ୍ଟ ୨୧ ତାରିଖରେ ଏଏସ୍‌ଓ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର  ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ASO ଲିଖିତ ପରୀକ୍ଷା ଦେବାକୁ ଆଶାୟୀ ଥିବା ବହୁ ଛାତ୍ରଛାତ୍ରୀ ବନ୍ୟା ଘେରରେ ଥିବାରୁ ସେମାନଙ୍କ ସୁବିଧା ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା।

Leave A Reply

Your email address will not be published.