ହାଇୱା ଗାଡି ସହ ଜଳିଗଲେ ଡ୍ରାଇଭର।। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ଟ୍ରକ।

0 754

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଗୀତାରାଣୀ ଖଣି ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା l ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ସମେତ ଏକ ହାଇୱା ଜଳିଯାଇଛି l ଲଗାଣ ବର୍ଷା ଜାରି ରହିଥିବାରୁ ହାଇୱା ଭିତରେ ପାଣି ପଶିଯିବା ଆଶଙ୍କାରେ ଡ୍ରାଇଭର ଡ଼ାଲାକୁ ଉପରକୁ ଟେକୁଥିଲେ l ହଠାତ ଗାଡିର ଡ଼ାଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ନିଆଁ ଲାଗି ଯାଇଥିଲା l ଡ୍ରାଇଭର ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ l ଗାଡ଼ିରୁ ବାହାରିବାକୁ ଡ୍ରାଇଭର ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରି
ନଥିଲେ l ସ୍ଥାନୀୟ ଲୋକ ସେଠାରେ ପହଁଚି ବିଦ୍ୟୁତ ସଂଯୋଗ ବିଛିନ୍ନ କରି ଡ୍ରାଇଭରକୁ ଗାଡି ଭିତରୁ ଉଦ୍ଧାର କରିବା ପୂର୍ବରୁ ତାର ମୃତ୍ୟୁ ହୋଇଯାଇଥିଲା l ଡ୍ରାଇଭରଙ୍କ ପରିଚୟ ମିଳିପାରିନି l କୋଇଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ କରୁଛନ୍ତି l

Leave A Reply

Your email address will not be published.