ସୁନ୍ଦରଗଡ ଜିଲ୍ଲାରେ ଲଗାଣ ବର୍ଷା ଜାରି।। ବଣେଇ ଏବଂ ଲେଫ୍ରିପଡା ରେ ଅଧିକ ବର୍ଷା ସମ୍ଭାବନା।

0 403

ଗତକାଲି ଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷକରି ବଣେଇ ଏବଂ ଲେଫ୍ରିପଡା ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲି ସମ୍ଭାବ୍ୟ ବର୍ଷା ଏବଂ ବନ୍ୟାକୁ ଦୃଷ୍ଟିରେ ରଖି ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି। ବଣେଇ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଫଳରେ ଲୋକମାନଙ୍କ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି। ବିଶେଷ କରି ହସପିଟାଲ ରୋଡ଼ରେ ପାଣି ଜମିଥିବାରୁ ରୋଗୀ ମାନେ ହସପିଟାଲ ଯିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.