ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଲମସି ଠାରେ ଥିବା ଏକ ପେଟ୍ରୋଲ ପମ୍ପ କୁ ସିଲ କରିଛି ଯୋଗାଣ ବିଭାଗ। ଗ୍ରାହକଙ୍କୁ ପାଣି ମିଶା ପେଟ୍ରୋଲ ବିକ୍ରି କରୁଥିବା ଅଭିଯୋଗ ରେ ଏହି ପମ୍ପ କୁ ସିଲ କରିଦିଆଯାଇଛି। ଲମସି ଠାରେ ଥିବା ଏହି ପେଟ୍ରୋଲ ପମ୍ପରେ ପାଣି ମିଶା ତେଲ ମିଳୁଥିବା ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରସାରଣ ପରେ ଯୋଗାଣ ବିଭାଗ ଏହି ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଅପରାହ୍ନରେ ଯୋଗାଣ ବିଭାଗ ଅଧିକାରୀ , ପୋଲିସ , ତୈଳ କମ୍ପାନୀର ଅଧିକାରୀ ମାନେ ପେଟ୍ରୋଲ ପମ୍ପ ରେ ପହଞ୍ଚି ଯାଞ୍ଚ କରିଥିଲେ। ପରେ ଏହି ପମ୍ପ କୁ ସିଲ କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗୁରୁବାର ରାତିରେ ଏହି ପମ୍ପ ରେ ତେଲ ପକାଇବା ପରେ ବହୁ ଗ୍ରାହକଙ୍କ ଗାଡି ଅଚଳ ହୋଇ ପଡ଼ିଥିଲା। ପେଟ୍ରୋଲ ରେ ପାଣି ମିଶିଥିବା ଅଭିଯୋଗ ହୋଇଥିଲା।