ସୁନ୍ଦରଗଡ଼ ତଳସରା ଥାନା ସବଡେଗା ବ୍ଲକ ଦମକୁଡ଼ା ନିକଟ ଏକ ପିଜୁଳି ବଗିଚା ରୁ ଜଣେ ବିଧବା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ଅବସ୍ଥା ରେ ମୃତ ଦେହ ଉଦ୍ଧାର କରାଯାଇଛି । ମହିଳା ଜଣକ ଦମକୁଡ଼ା ଗ୍ରାମର ବୋଲି ଜଣାପଡିଛି । ଆଜି ମହିଳା ଜଣଙ୍କ କାଠ ଗୋଟାଇବା ପାଇଁ ଘରୁ ଵାହରି ଥିଲେ କିନ୍ତୁ ସେ ଆଉ ଘର କୁ ଫେରିନଥିଲେ । ଅନେକ ଖୋଜା ଖୋଜି ପରେ ପିଜୁଳି ବଗିଚା ରୁ ତାଙ୍କ ମୃତ ଦେହ ଠାବ ହୋଇଥିଲା। ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଲା ପରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁଷ୍କର୍ମ ଏବଂ ହତ୍ୟା ସନ୍ଦେହ ରେ ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି। ଉକ୍ତ ମହିଳାଙ୍କ ସ୍ବାମୀଙ୍କ ତିନି ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଝିଅ ଓ ଦୁଇ ପୁଅ ଙ୍କ ସହିତ ସେ ରହୁଥିଲେ । ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ।