ଲଘୁଚାପ ବର୍ଷା ପ୍ରଭାବ : ରାଜଗାଙ୍ଗପୁରରେ ଘରେ ପଶୁଛି ଡ୍ରେନ ପାଣି।। ଡ୍ରେନ ସଫା ହୋଇନଥିବାରୁ ଜଳ ନିଷ୍କାସନ ହୋଇ ପାରୁନଥିବା ଅଭିଯୋଗ।
ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜଗାଙ୍ଗପୁର ସହରରେ ଲୋକଙ୍କ ଘରେ ପଶିଛି ବର୍ଷା ଏବଂ ନାଳ ପାଣି। ରାସ୍ତା ଉପରେ ଜମା ହୋଇ ରହିଛି ପାଣି। ଗତ କାଲିର ଲଗାଣ ବର୍ଷା ପରେ ଆଜି ସହରର ବିଭିନ୍ନ ଅଞ୍ଚଳ ବର୍ଷା ପାଣି ଘେରରେ ଥିବାର ଦେଖିବାକୁ ମିଳିଛି।ଲୋକଙ୍କ ଘରେ ପାଣି ପଶି ଯାଇଥିବାବେଳେ ବିଭିନ୍ନ ସ୍କୁଲ ମଧ୍ୟ ପାଣିଘେରରେ ଥିବାର ଦେଖିବାକୁ ମିଳିଥିଲା।ତେବେ ସ୍ଥାନୀୟ ଲୋକମାନେ ଏ ଅବ୍ୟବସ୍ଥା ପାଇଁ ରାଜଗାଙ୍ଗପୁର ପୌରପାଳିକାକୁ ଦାୟୀ କରିଛନ୍ତି। ଲୋକଙ୍କ କହିବା ଅନୁଯାୟୀ ବିପର୍ଯ୍ୟସ୍ତ ଡ୍ରେନେଜ ସିଷ୍ଟମ ଯୋଗୁଁ ନାଳ ପାଣି ଘରେ ପଶୁଛି। ନାଳ ସଫା ହୋଇନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ନାଳ ପାଣି ଆସି ଘରେ ପଶୁଛି। ରାଜଗାଙ୍ଗପୁର ପୌରପାଳିକା ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।