ରାଉରକେଲା ଉଦିତନଗର ପ୍ୟାରେଡ଼ ପଡ଼ିଆରେ ଦେଶର ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ। ରାଉରକେଲା ଏଡିଏମ ଡକ୍ଟର ଶୁଭଙ୍କର ମହାପାତ୍ର , ଏସ ପି ମୁକେଶ କୁମାର ଭାମୁଙ୍କ ଉପସ୍ଥିତି ରେ କୃତି ଛତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଯୋଗୁଁ ବିନା ଦର୍ଶକ ରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।