୧ କିଲୋମିଟର ର ତିରଙ୍ଗା ଶୋଭାଯାତ୍ରା।। ସାମିଲ ହେଲେ ରିମ୍ସ ର ଶହଶହ ଛାତ୍ରଛାତ୍ରୀ।

0 331

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଏବଂ ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଉରକେଲା ରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ରିମ୍ସ ଶିକ୍ଷାନୁଷ୍ଠାନ ପକ୍ଷରୁ ଆଜି ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ବାହାର କରା ଯାଇଥିଲା। ଶିକ୍ଷାନୁଷ୍ଠାନ ର ଶହଶହ ଛାତ୍ରଛାତ୍ରୀ ପ୍ରାୟ ୧ କିଲୋମିଟର ଲମ୍ବା ତିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରିମ୍ସ କଲେଜ ନିକଟରୁ ଏହି ଶୋଭାଯାତ୍ରା ବାହାରି ରିଙ୍ଗ ରୋଡ଼ ଛକ ନିକଟରେ ଶେଷ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ସହ ଶିକ୍ଷାନୁଷ୍ଠାନ ର ଅଧ୍ୟାପକ , ଅଧ୍ୟାପିକା ମାନେ ମଧ୍ୟ ଏହି ତିରଙ୍ଗାଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

Leave A Reply

Your email address will not be published.