ରାଉରକେଲାର ବନ୍ଧମୁଣ୍ଡା ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ କାନ୍ଥରେ ପ୍ରିନ୍ସପାଲ ଏବଂ ଶିକ୍ଷକ ଙ୍କ ନାମରେ ଆପତ୍ତି ଜନକ ଶବ୍ଦ ଲେଖା ଯିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ଲେଖାରେ
ଜାତିଆଣ ଆକ୍ଷେପ କରା ଯାଇଥିବାରୁ ଉତ୍ୟକ୍ତ ଲୋକମାନେ ବନ୍ଧମୁଣ୍ଡା- ରାଉରକେଲା ରାସ୍ତା ଅବରୋଧ କରିଥିଲେ। ମୁଖୀ ସମାଜର ଲୋକମାନେ ସୋମବାର ସକାଳ ପ୍ରାୟ ୧୦ ଟା ବେଳେ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ବନ୍ଧମୁଣ୍ଡା ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ। ଏଭଳି କାର୍ଯ୍ୟ କରିଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପାଇବା ପରେ ରାସ୍ତା ଅବରୋଧ ହଟିଥିଲା। ରାସ୍ତା ଅବରୋଧ ଫଳରେ ଉଭୟ ପଟରେ ବହୁ ଗାଡି ଅଟକି ରହିଥିଲା।