ସୁନ୍ଦରଗଡରେ ବର୍ଷା ସୁଅରେ ଭାସିଗଲା ଟ୍ରକ।। ଡ୍ରାଇଭର , ଖଳାସୀ ସୁରକ୍ଷିତ।

0 382

ବର୍ଷା ପାଣିରେ ଭାସି ଗଲା ଟ୍ରକ । ପାଣି ସୁଅ ଏତେ ପ୍ରଖର ଥିଲା ଯେ ୧୪ ଚକିଆ ଟ୍ରକ କୁ ଭସାଇ ନେଲା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ
ଏମ ସି ଏଲ ର କୁଲଡ଼ା ଖୋଲା ମୁହଁ କୋଇଲା ଖଣିରେ । ଲଗାଣ ବର୍ଷା ଯୋଗୁଁ ପ୍ରବଳ ପାଣି ଖଣି ଭିତରେ ବହିବାରେ ଲାଗିଛି । ବାହାର ପାଣି ଖଣି ଭିତରକୁ ପ୍ରବେଶ କରିବା ବେଳେ ସୁଅ ଅଧିକ ପ୍ରଖର ଥିଲା। ଏହି ସୁଅରେ ଟ୍ରକଟି ଭାସି ଯାଇଛି। ଡ୍ରାଇଭର ଖଲାସୀ ଙ୍କ କୌଣସି କ୍ଷତି ହୋଇନାହିଁ। ବର୍ଷା ଛାଡିଲେ ଟ୍ରକ ଟିକୁ ଠାବ କରା ଯିବାକୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି। ଗତ ଚାରି ଦିନରୁ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ସହର ସମେତ ବିଭିନ୍ନ ଅଞ୍ଚଳ ରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳେ ସୁନ୍ଦରଗଡ ଟାଉନ ର କିଛି ୱାର୍ଡ ରେ ଘରେ ଘରେ ପାଣି ପଶି ଯାଇଥିଲା।

Leave A Reply

Your email address will not be published.