କୋଏଲ ନଦୀ ଉପରେ ବ୍ୟାରେଜ ଲାଗି ୩୧୩ କୋଟି ଟଙ୍କାର କ୍ୟାବିନେଟ ମଞ୍ଜୁରୀ।। ୩୦ ମାସରେ ସମ୍ପୂର୍ଣ୍ଣ ହେବ ପ୍ରକଳ୍ପ।

0 467

ରାଉରକେଲା ହମିରପୁର ଠାରେ ନିର୍ମାଣ କରାଯିବ କୋଏଲ ବ୍ୟାରେଜ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଏଲ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୩୧୩ କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୧୩ ମସିହାରେ କୋଏଲ ବ୍ୟାରେଜ ଲାଗି ଶୁଭ ଦିଆଯାଇଥିଲା। ବିଭିନ୍ନ କାରଣରୁ ଏହା ହୋଇ ପାରୁନଥିଲା। ଏବେ ଏହି ପ୍ରକଳ୍ପ ଲାଗି ୩୧୩ କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ପାଇଥିବାରୁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦିଆଯାଇଛି। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୩୧୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ପ୍ରକଳ୍ପଟି ୩୦ ମାସ ମଧ୍ୟରେ ସମ୍ପୁର୍ଣ୍ଣ ହେବ। ଏହି ପ୍ରକଳ୍ପ ଦ୍ବାରା ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଶକ୍ତି ନଗର, କୋଏଲ ନଗର,ଝିରିପାଣି,ଜଗଦାଓ ରାଉରକେଲା ଇସ୍ପାତ ନଗରୀ ରେ ପାନୀୟ ଜଳ ସମସ୍ୟା ଦୂର ହେବ। ଏହା ଛଡା ବିଶ୍ରା, ନୁଆ ଗାଁ,ଓ କୁଆଁରମୁଣ୍ଡା ଆଦି ବ୍ଲକର ସମସ୍ତ ଜନସାଧାରଣଙ୍କ ଲାଗି ପାନୀୟ ଜଳ ସୁବିଧା ହୋଇପାରିବ। ମୋଟ ଉପରେ ଏହି ପ୍ରକଳ୍ପ ଦ୍ବାରା ରାଉରକେଲା, ରଘୁନାଥ ପାଲ୍ଲୀ ଏବଂ ଵିରମିତ୍ରପୁରର ନ ଜନ ସାଧାରଣ ଉପକୃତ ହେବେ । ଏକ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ସୂଚନା ଦେଇଛନ୍ତି।

Leave A Reply

Your email address will not be published.