ଲଘୁଚାପ ଜନିତ ବର୍ଷା ଯୋଗୁଁ ସୁନ୍ଦରଗଡରେ ଘରେ ପଶିଲା ପାଣି।। ବିପର୍ଯ୍ୟସ୍ତ ଡ୍ରେନ ସିଷ୍ଟମ କୁ ଦାୟୀ କଲେ ଲୋକ ମାନେ।

0 336

ଲଘୁଚାପ ଜନିତ ବର୍ଷା ଯୋଗୁଁ ସୁନ୍ଦରଗଡ ଟାଉନର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହୁଛି। ଫଳରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତିରୁ ଅବିଶ୍ରାନ୍ତ ଭାବେ ବର୍ଷା ଲାଗି ରହିବା ଫଳରେ ରାସ୍ତାରେ ପାଣି ଜମା ରହିବା ପରେ ଘରେ ପଶୁଛି। ସହରର ବିପର୍ଯ୍ୟସ୍ତ ଡ୍ରେନେଜ ସିଷ୍ଟମ ଯୋଗୁଁ ଏପରି ସ୍ଥିତି ପ୍ରତିବର୍ଷ ଉପୁଜିଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ୬ ନମ୍ବର ୱାର୍ଡ ର ଲୋକ ମାନେ ଅସୁବିଧା ର ସାମ୍ନା କରୁଛନ୍ତି। ଡ୍ରେନ ପାଣି ଆସି ଘରେ ପଶିବାରୁ ଦୁର୍ଗନ୍ଧ ମୟ ସ୍ଥିତି ସୃଷ୍ଟି ହେଉଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି। ପୌରପାଳିକା ଏହି ସମସ୍ୟାର ଖୁବ ଶୀଘ୍ର ସମାଧାନ କରିବାକୁ ଲୋକମାନେ ଦାବି କରିଛନ୍ତି ।

Leave A Reply

Your email address will not be published.