ରାଉରକେଲା ରେ ଆୟୋଜିତ ହେଲା ମେଗା ତିରଙ୍ଗା ଯାତ୍ରା।। ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦ।

0 347

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଦେଶ ମନାଉଛି ଆଜାଦୀ କି ଅମୃତ ମହୋତ୍ସବ। ୭୫ ବର୍ଷ ସ୍ବାଧୀନତାର ସୃତି କୁ ମନେ ପକାଇବାକୁ ତଥା ଯୁବପୀଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବାକୁ କରାଯାଉଛି ତିରଙ୍ଗା ଯାତ୍ରା। ଏହି ପରିପ୍ରେକ୍ଷୀରେ ରାଉରକେଲା ରେ ଶନିବାର ଦିନ ଏକ ତିରଙ୍ଗା ଯାତ୍ରା ର ଆୟୋଜନ କରାଯାଇଥିଲା। ରାଉରକେଲା ବିଶ୍ରା ଛକରୁ ଏହି ଶୋଭାଯାତ୍ରା ବାହାରି ଦୂତୀୟ ବ୍ରାହ୍ମଣୀ ସେତୁ ସ୍ଥଳରେ ଶେଷ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏହି ତିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ରାଉରକେଲା ରେଳ ଷ୍ଟେସନରେ ଆୟୋଜିତ ସ୍ୱାଧୀନତା ହୀରକ ଜୟନ୍ତୀ ର ଏକ ପ୍ରଦର୍ଶନୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.