ରାଉରକେଲା ଏନ ଆଇ ଟି ର ୧୯ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।। ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

0 283

ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ର ୧୯ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏନ ଆଇ ଟି ଭୁବନେଶ୍ୱର ବେହେରା ଅଡ଼ିଟୋରୀୟମ ଅନୁଷ୍ଠିତ ଏହି ଉତ୍ସବ ରେ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ , ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ। ଏହି ସମାବର୍ତ୍ତନ ଉତ୍ସବରେ ସ୍ନାତକ ମାନଙ୍କୁ ବ୍ଲକ ଚେନ ଆଧାରିତ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥର ମୋଟ ୧୫୫୫ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ୮୫୯ ଜଣ ସ୍ନାତକୋତ୍ତର , ୬୦୮ ପୋଷ୍ଟ ଗ୍ରାଜୁଏଟ , ୮୮ ଜଣ
ପି ଏଚ ଡ଼ି ଛାତ୍ରଛାତ୍ରୀ ଅଛନ୍ତି। ଏହାଛଡା ୧୧ ଜଣ ପୁରାତନ ଛାତ୍ରଛାତ୍ରୀଙ୍କୁ ‘ବିଶିଷ୍ଟ ଆଲୁମନାସ’ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏନ ଆଇ ଟି ର ନିର୍ଦେଶକ ପ୍ରଫେସର କେ ଉମା ମହେଶ୍ବର ରାଓ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।

Leave A Reply

Your email address will not be published.