ବଣିକ ସଙ୍ଘ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।। ଏୟାରପୋର୍ଟ କାମ ଶୀଘ୍ର ସାରିବାକୁ ଦାବି କଲେ ଚେମ୍ବର ସଭାପତି।
ରାଉରକେଲା ବଣିକ ସଂଘ ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପ୍ରକାର ସହଯୋଗର ହାତ ବଢାଇବେ ବୋଲି କହିଛନ୍ତି। ଶନିବାର ଦିନ ଚେମ୍ବର ଅଫ କମର୍ସ କାର୍ଯ୍ୟାଳୟରେ ଆୟୋଜିତ ଏହି ବୈଠକରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ। ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଅତିଥିଙ୍କୁ ସ୍ୱାଗତ କରିଥିଲେ। ରାଉରକେଲା ଏୟାରପୋର୍ଟ ର କାମକୁ ତ୍ୱରାନ୍ୱିତ କରିବା ସହ ଏଠାରେ ଜାଭିୟର ଭଳି ଶିକ୍ଷାନୁଷ୍ଠାନ ଖୋଲିବାକୁ ନିବେଦନ କରାଯାଇଥିଲା। ଏହା ସହ ରାଉରକେଲା କୁ ଏକ ସ୍ୱତନ୍ତ୍ର ରେଳ ଡିଭିଜନ ରେ ପରିଣତ କରିବାକୁ ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ନିବେଦନ କରିଥିଲେ ।