କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଏକ ଦିବସୀୟ ଗସ୍ତରେ ଆସି ରାଉରକେଲା ରେ ପହଞ୍ଚିଛନ୍ତି। ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ବିଜେପି ଦଳ ପକ୍ଷରୁ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ରେଳ ଷ୍ଟେସନରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ , ବିଜେପି ର ଲତିକା ପଟ୍ଟନାୟକ , ନିହାର ରାୟ , ଧୀରେନ ସେନାପତି , ରାଉରକେଲା ବଣିକ ସଂଘର ର ସଭାପତି ସୁବ୍ରତ ପଟ୍ଟନାୟକ ଙ୍କ ସମେତ ବହୁ ସଂଗଠନ ର କର୍ମକର୍ତ୍ତା ମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀ ପ୍ରଧାନ ରାଉରକେଲା ରେଳ ଷ୍ଟେସନରେ ଆଜାଦୀ କି ଅମୃତ ମହୋତ୍ସବ ର ହରଘର ତିରଙ୍ଗା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ରାଉରକେଲା ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏନ ଆଇ ଟି ର ୧୯ ତମ ସମାବର୍ତ୍ତନ ଉତ୍ସବ , ତିରଙ୍ଗା ରାଲି , ରାଉରକେଲା ବଣିକ ସଙ୍ଘ ର ଏକ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।