ରାଉରକେଲା ସିଭିଲ ଟାଉନଶିପର ଦୁଇଟି ଘରୁ ଚୋରି ମାମଲା।। ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ରଘୁନାଥପାଲି ଥାନା ପୋଲିସ ।

0 465

ରାଉରକେଲା ସିଭିଲ ଟାଉନଶିପ ର ଦୁଇଟି ଘରୁ ଜୁଲାଇ ମାସରେ ସୁନା ଗହଣା ଚୋରି କରିଥିବା ଗ୍ୟାଙ୍ଗ ର ୬ ଜଣ ସଦସ୍ୟଙ୍କୁ ରଘୁନାଥପାଲି ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୩୦ ଗ୍ରାମ ସୁନା ପୋଲିସ ଜବତ କରିଛି।
ଗିରଫ ଅଭିଯୁକ୍ତ ମାଲଗୋଦାମ ଅଞ୍ଚଳର ଚନ୍ଦନ ସିଂ (୨୯), ଅନମୋଲ ତନ୍ତୀ ଓରଫ୍ କରନ ଗଡ଼ିଆ (୨୩), ପ୍ରମୋଦ ଶ୍ରୀବାସ୍ତବ ଓରଫ୍ ଗୋଜଅ (୨୮), ଜୁଗଲ ଓରଫ୍ ପୋଲି (୨୫), ମାନୁ ସାହୁ ଓରଫ୍ ଲାଙ୍ଗଡ଼ା (୨୪), ବନ୍ଧମୁଣ୍ଡା ଅଞ୍ଚଳର ଚନ୍ଦନ ସୋନି (୨୭) ଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ମୋଟ ୩୦.୦୧୦ ଗ୍ରାମ ଓଜନର ସୁନା ଜବତ ହୋଇଛି। ଗତ ଜୁଲାଇ ୨୨ରେ ଚୋରମାନେ ଦୁଇ ବ୍ୟବସାୟୀଙ୍କ ଘରେ ପଶି ସୁନାଗହଣା ଚୋରି କରି ଚମ୍ପଟ ମାରିଥିଲେ। ଏ ବାବଦରେ ରଘୁନାଥପାଲି ଥାନାରେ ଏକ ମାମଲା ଦାୟର ହୋଇଥିଲା।

Leave A Reply

Your email address will not be published.