ରାଉରକେଲା ମହାନଗର ନିଗମ ପକ୍ଷରୁ ବାସନ୍ତୀ କଲୋନି ଡିଏଭି ପୋଖରୀ ରାସ୍ତା ପାର୍ଶ୍ବରୁ ୧୦ଟି ଖଟାଲକୁ ଶୁକ୍ରବାର ଦିନ ଉଛେଦ କରାଯାଇଛି। ଆର ଏମ୍ ସି ସହକାରୀ କମିସନର ନରେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲ୍ୟାଣ୍ଡଗାର୍ଡ ଅଧିକାରୀ ଓ କର୍ମଚାରୀମାନେ ଜେସିବି ସହାୟତାରେ ୧୦ଟି ଖଟାଲକୁ ଉଚ୍ଛେଦ କରିଥିଲେ। ଏହା ସହ ସେଠାରେ ରହୁଥିବା ୫ଟି ଘରକୁ ମଧ୍ୟ ଭାଙ୍ଗି ଦିଆ ଯାଇଥିଲା। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟଯେ , ବାସନ୍ତୀକଲୋନିରୁ ଡିଏଭି ପୋଖରୀ ପ୍ରମୁଖ ରାସ୍ତା ପାର୍ଶ୍ବରେ ଆର୍ଏମ୍ସି ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି। ଖଟାଲ ଥିବାରୁ ଦୈନନ୍ଦିନ ଯାତାୟରେ ବାଧା ଉପୁଜିଥିଲା। ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଥିଲା। ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଏ ସଂକ୍ରାନ୍ତରେ ଆର୍ଏମ୍ସି କମିସନରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଆର୍ଏମ୍ସି ପକ୍ଷରୁ ଖଟାଲକୁ ଅନ୍ୟତ୍ର ଉଠାଇନେବାକୁ ମାଲିକମାନଙ୍କୁ କୁହାଯାଇଥିଲା।