ଆର ଏସ ପି ମଧ୍ୟକୁ ମାଲ ପରିବହନ ଠପ।। ଟ୍ରାଫିକ ଗେଟ ଦେଇ ପ୍ଲାଣ୍ଟ ମଧ୍ୟକୁ ପରିବହନ ବନ୍ଦ ନିଷ୍ପତ୍ତି ର ପ୍ରତିବାଦ।

0 608

ଆସନ୍ତା ୧୬ ତାରିଖରୁ ରାଉରକେଲା ଇସ୍ପାତ କାରଖାନାରୁ ଟ୍ରାଫିକ ଗେଟ ଦେଇ କୌଣସି ମାଲ ପରିବହନ ହୋଇ ପାରିବ ନାହିଁ। ଅଭିଯୋଗ ଅନୁଯାୟୀ ଏପରି ନିଷ୍ପତ୍ତି ନେଇଛନ୍ତି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ। ଟ୍ରକ , ଟ୍ରେଲର ସଙ୍ଘ ସହ ଆଲୋଚନା ନକରି ଏ ବାବଦରେ ଏକ ପତ୍ର ରାଉରକେଲା ବଣିକ ସଂଘକୁ ଦେଇଛନ୍ତି ଆର ଏସ ପି କର୍ତ୍ତୃପକ୍ଷ । ଏହି ନିଷ୍ପତ୍ତି ର ପ୍ରତିବାଦରେ ଗୁରୁବାର ଦିନ ୪ ଟି ଟ୍ରକ , ଟ୍ରେଲର ଆସୋସିଏସନ ପକ୍ଷରୁ ଟ୍ରଫିକ ଗେଟ ସହ ପ୍ଲାଣ୍ଟ ର ବିଭିନ୍ନ ଗେଟ କୁ ସଙ୍ଘ ପକ୍ଷରୁ ବନ୍ଦ କରିଦିଆଯାଇଛି। ବହୁ ବର୍ଷ ଧରି ଟ୍ରାଫିକ ଗେଟ ଦେଇ ପ୍ଲାଣ୍ଟ ମଧ୍ୟରୁ ବାହାରକୁ ମାଲ ଆସିଥାଏ ଏବଂ ଯାଇଥାଏ। ବିନା ଆଲୋଚନାରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେବାର ତୀବ୍ର ବିରୋଧ କରିଛନ୍ତି ରାଉରକେଲା ଟ୍ରକ ଏବଂ ଟ୍ରେଲର ସଙ୍ଘ। ଏହି ନିଷ୍ପତ୍ତି ର ପରିବର୍ତ୍ତନ କରାନଗଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସଭାପତି ବିଜୟ ପ୍ରଧାନ ଏବଂ ସମ୍ପାଦକ ବିଶ୍ୱରଂଜନ ବେଉରିଆ କହିଛନ୍ତି।

Leave A Reply

Your email address will not be published.