ଆସନ୍ତାକାଲି ରାଉରକେଲା ଏନଆଇଟି ର ସମାବର୍ତ୍ତନ ଉତ୍ସବ।।
ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।।
ଆସନ୍ତା କାଲି ଅଗଷ୍ଟ ୧୩ ତାରିଖରେ ଅନୁଷ୍ଠିତ ହେବ ରାଉରକେଲା
ଏନ ଆଇ ଟି ର ୧୯ ତମ ସମାବର୍ତ୍ତନ ଉତ୍ସବ।। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରରେ ଦେଶ ମନାଉଛି
ଆଜାଦୀ କି ଅମୃତ ମହୋତ୍ସବ। ଏହା ସହ ୧୩ ଅଗଷ୍ଟ ରୁ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଉଛି। ଏପରି ଏକ ଦିନରେ ଏନ ଆଇ ଟି ସମବର୍ତ୍ତନ ଉତ୍ସବ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଉପସ୍ଥିତି ରେ ହରଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନ ଆଇ ଟି କ୍ୟାମ୍ପସ ର ପ୍ରତି ଘରେ , ପ୍ରତି କାର୍ଯ୍ୟାଳୟରେ ତିରଙ୍ଗା ଉଡ଼ାଯିବ। ସମାବର୍ତ୍ତନ ଉତ୍ସବରେ ସମ୍ମାନୀୟ ଅତିଥିଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଏବଂ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏନ ଆଇ ଟି ୧୯ ତମ ସମାବର୍ତ୍ତନ ଉତ୍ସବ ରେ ୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯିବ। ଏହାଛଡା ବିଭିନ୍ନ କ୍ଷେତ୍ରରେ ସାଫଲ୍ୟ ଅର୍ଜନ କରିଥିବା ୧୧ଜଣ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବା ନେଇ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଏନ ଆଇ ଟି ପକ୍ଷରୁ କୁହାଯାଇଛି।