ବଣାଇ ଅଞ୍ଚଳ କୁ ମରୁଡି ପ୍ରବଣ ଅଞ୍ଚଳ ଘୋଷଣା କରିବାକୁ ଦାବି।। ସିପିଏମ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀକୁ ମରୁଡି ପ୍ରବଣ ଅଞ୍ଚଳ ଘୋଷଣା ଦାବିରେ ସି ପି ଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୧୧ ଦଫା ଦାବି ନେଇ ବୁଧବାର ଦିନ ଏହି ଆଇନ ଅମାନ୍ୟ ଆନ୍ଦୋଳନ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱରେ କରାଯାଇଥିଲା। ସିଟୁ ର ସର୍ବଭାରତୀୟ ନେତା ଵିଷ୍ଣୁ ମହାନ୍ତି , ପ୍ରମୋଦ ସାମଲଙ୍କ ସମେତ ଶହଶହ କର୍ମୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ରାଜା ଧରଣୀଧର ଖେଳ ପଡିଆ ଠାରୁ ଏକ ଶୋଭାଯାତ୍ରା ରେ ସିପିଏମ କର୍ମୀ ମାନେ ବାହାରି ବଣାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବଣାଇ କୁ ମରୁଡି ଅଞ୍ଚଳ ଘୋଷଣା କରିବା ସହ ଦରଦାମ ବୃଦ୍ଧି ରେ ଲଗାମ ଦେବା , କିଛି ସାମଗ୍ରୀ ଉପରୁ ଜି ଏସ୍ ଟି ପ୍ରତ୍ୟାହାର, ମେଡିକାଲରେ ଡାକ୍ତର ନିଯୁକ୍ତି , ଶ୍ରମିକ ମାନଙ୍କ ଲାଗି ସୁତନ୍ତ୍ର ଡାକ୍ତର ଖାନା ଦାବିରେ ଉପଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।