ବିରୁଡ଼ି ଆକ୍ରମଣରେ ଜଣେ ମହିଳା ମୃତ।। ଜଣେ ଗୁରୁତର ।

0 581

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର କିଂଦ୍ରୋ ଗ୍ରାମରେ ବିରୁଡି ଆକ୍ରମଣ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ଗୁରୁତର ହୋଇ ରାଉରକେଲା ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ମିନିକାବାଡା ଜଙ୍ଗଲ ନିକଟ ଜମିରେ ଗାଈ ଚରାଉ ଥିବା ବେଳେ ବିରୁଡି ମାନେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପରେ ମହିଳା ଜଣଙ୍କ ଦୌଡ଼ି ଦୌଡ଼ି ପଳାଇ ଆସିଥିଲେ ସୁଦ୍ଧା ଗୁରୁତର ହେବାରୁ ତାଙ୍କୁ ଦେଶୀ ଚିକିତ୍ସା କରାଯାଇଥିଲା। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଏହି ବିରୁଡି ଆକ୍ରମଣ ସେହି ଗ୍ରାମର ରୁପୁଷ ଏକ୍କା ମଧ୍ୟ ଗୁରୁତର ହେବାରୁ ତାଙ୍କୁସ୍ଥାନୀୟ ଡାକ୍ତରଖାନା ରେ ଚିକିତ୍ସା କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣା ପଡିଛି।

Leave A Reply

Your email address will not be published.