ରାଉରକେଲା ରେ ମହରମ ଶୋଭାଯାତ୍ର ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ।। ଆକର୍ଷକ ଝାଙ୍କି ସହ ବିଭିନ୍ନ ଖେଳ କସରତ ପ୍ରଦର୍ଶନ।

0 295

ରାଉରକେଲା ରେ ମହରମ ପର୍ବ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି। ବିଭିନ୍ନ ମହରମ କମିଟି ପକ୍ଷରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବିଭିନ୍ନ ସ୍ଥାନରୁ ତାଜିଆ ଶୋଭାଯାତ୍ର ବାହାରି ନାଲା ରୋଡ଼ ଛକରେ ପହଁଚିବା ପରେ ସେଠାରୁ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ଆକର୍ଷକ ଝାଙ୍କି ସହ ବିଭିନ୍ନ ଖେଳ କସରତ ପ୍ରଦର୍ଶନ କରି ଶୋଭାଯାତ୍ରା ସହର ମୁଖ୍ୟ ମାର୍ଗ ପରିକ୍ରମା କରିଥିଲା। ରାଉରକେଲା ଇଣ୍ଟିଗ୍ରେସନ ଫୋରମ ପକ୍ଷରୁ ସମସ୍ତ ଅଖଡା କମିଟି ର ସଦସ୍ୟ ମାନଙ୍କୁ ସ୍ୱାଗତ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଭାଇଚାରା ର ସନ୍ଦେଶ ଦେଇଥିଲେ । ରାଉରକେଲା ଏସ ପି ମୁକେଶ କୁମାର ଭାମୁ ନିଜେ ଉପସ୍ଥିତି ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ।

Leave A Reply

Your email address will not be published.