ରାଉରକେଲା ମହାନଗର ନିଗମର ପିକଅପ ଭ୍ୟାନ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇ ଓଲଟିଲା।। ଅଳ୍ପକେ ବର୍ତ୍ତି ଲେ ପଥାଚାରୀ।

0 426

ସୋମବାର ପୂର୍ବାହ୍ନରେ ଏକ ଭୟଙ୍କର ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାସ୍ତାରେ ଯାଉଥିବା
ପଥାଚାରି। ରାଉରକେଲା ବିଶ୍ରା ଛକ ନିକଟ ରିଙ୍ଗରୋଡ଼ ରେଳବାଇ ଓଭର ବ୍ରିଜ ଉପରେ ରାଉରକେଲା ମହାନଗର ନିଗମ ର ପିକଅପ ଭ୍ୟାନ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନ ର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ରାସ୍ତାରେ ଯାଉଥିବା ଅନ୍ୟ କେତେଜଣ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି। ପିକଅପ ଭ୍ୟାନ ଟି ସେକ୍ଟର ପଟୁ ଦ୍ରୁତ ଗତି ରେ ଆସି ରାସ୍ତା ମଝିରେ ଲାଗିଥିବା ଇଲେକ୍ଟ୍ରି ଖୁଣ୍ଟ କୁ ଧକ୍କା ଦେଇଥିଲା। ଗାଡି ର ବେଗ ଏତେ ଅଧିକ ଥିଲା ଯେ ଖୁଣ୍ଟ ଟି ସମ୍ପୂର୍ଣ୍ଣ ଉପୁଡି ଯିବା ସହ ଗାଡି ରାସ୍ତା ମଝିରେ ଓଲଟି ପଡିଥିଲା। ତେବେ ସୌଭାଗ୍ୟ ବଶତଃ ରାସ୍ତା ରେ ଯାଉଥିବା ସାଧାରଣ ଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ। ପ୍ଲାଣ୍ଟସାଇଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା କ୍ଲିଅର କରିଥିଲେ।

Leave A Reply

Your email address will not be published.